ମମିତା ମେହେର ହତ୍ୟା ମାମଲାରେ ବିଜେପିର ୧୨ ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ ଡାକରା

ସୋନପୁର,ଏନ୍ଏନ୍ଏସ୍: ଘରୋଇ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମନ୍ତ୍ରୀଙ୍କ ସମ୍ପୃକ୍ତିକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଥିବା ବେଳେ ଆଜି ମନ୍ତ୍ରୀ ପଦରୁ ବହିଷ୍କାର ଦାବିରେ ସୁବର୍ଣ୍ଣପୁର ବନ୍ଦ ଡାକରା ଦିଆଯାଇଛି। କେବଳ ଏତିକି ନୁହେଁ ଏହି ଘଟଣାରେ ସିବିଆଇ ତଦନ୍ତ ଦାବିରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବରେ ବିଭିନ୍ନ ଦୋକାନ ବନ୍ଦ ରହିଛି ଏବଂ ଗାଡ଼ି ମୋଟର ଚଳାଚଳ ଏକ ପ୍ରକାର ଠପ୍ ହୋଇପଡ଼ିଛି। ବିଭିନ୍ନ ଛକ ଛକରେ ବିଜେପି କର୍ମୀମାନେ ରାସ୍ତା ଅବରୋଧ କରିଛନ୍ତି। ବନ୍ଦକୁ ଆଖି ଆଗରେ ରଖି ବ୍ୟାପକ ପୁଲିସ ମୃତୟନ କରାଯାଇଛି।