କାଜୁ ନିଗମ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକଙ୍କ କୋରାପୁଟ ଗସ୍ତ

କୋରାପୁଟ,ଏନ୍ଏନ୍ଏସ୍: ଓଡିଶା କାଜୁ ଉନ୍ନୟନ ନିଗମ ଲିମିଟେଡର ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଏବଂ ଓଡିଶା କୃଷି ଶିଳ୍ପ ନିଗମ ତଥା ଓଡିଶା କାଜୁ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ସଦାନନ୍ଦ ନାୟକ କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି। ଗସ୍ତ ସମୟରେ ଉଭୟେ ଦଶମନ୍ତପୁର ବ୍ଲକ୍ ଆଡ଼ମୁଣ୍ଡା-ମାଲକାନଗିରି ପଞ୍ଚାୟତର ଗୌଡ଼ଗୁଡ଼ା ଓ ମାଳିବିଶାଳି ଗ୍ରାମରେ ଜଳନିଧି-୨ ଯୋଜନା ଅନ୍ତର୍ଗତ ବ୍ୟକ୍ତିଗତ କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପ୍ରକଳ୍ପଟି ନାବାର୍ଡ ସହାୟତାରେ ଓଡିଶା ସରକାରଙ୍କ କୃଷି ବିଭାଗ ଅଧୀନସ୍ଥ ଓଡିଶା କୃଷି ଶିଳ୍ପ ନିଗମ କୋରାପୁଟଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଛି। ୩୦ ଏକର ଚାଷ ଜମିରେ ଜଳସେଚନ ଯୋଗାଇ ଦେବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି। ଏହି ପ୍ରକଳ୍ପ ଦ୍ୱାରା ୬ ଜଣ ହିତାଧିକାରୀ ପ୍ରତ୍ୟକ୍ଷ ଭାବେ ଉପକୃତ ହେଉଥିବା ବେଳେ ପରୋକ୍ଷରେ ପ୍ରାୟ ୨୦ ପରିବାର ଉପକୃତ ହେବେ। ଏହି ଗସ୍ତ ସମୟରେ କୋରାପୁଟ କୃଷି ଶିଳ୍ପ ନିଗମର କନିଷ୍ଠ ଯନ୍ତ୍ରୀ ସୁବୋଧ କୁମାର ଦାସଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।