କୋରାପୁଟ,ଏନ୍ଏନ୍ଏସ୍: ଭାରତୀୟ ଆଇଏଫ୍ଏସ୍ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ କୋରାପୁଟ ମୁତ୍ୟାଲୁମା ମନ୍ଦିରର ପୂଜକ କେ. ବାଲାକ୍ରିଷ୍ଣାଙ୍କ ପୁଅ କେ.ନାଗରାଜୁ ୪୦ ତମ ରାଙ୍କ ହାସିଲ କରିଛନ୍ତି। ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।
ନାଗରାଜୁ କହିଛନ୍ତି ଯେ, “କୋରାପୁଟ ଭଳି ଏକ ଉପାନ୍ତ ଅଞ୍ଚଳରୁ ନିଜ ଉଦ୍ୟମରେ ଆଇଆଇଟି ଖଡ଼ଗପୁରରେ ଅଧ୍ୟୟନ କରି ସେହି ଅନୁଷ୍ଠାନରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲି। ସର୍ବଭାରତୀୟ ପ୍ରାଶାସନିକ ସେବାରେ ଯୋଗ ଦେବାର ସଂକଳ୍ପ ଚାକିରି ଭିତରୁ ବାହାରି ଆସିବାକୁ ପାଇଁ ପ୍ରେରିତ କରିଥିଲା।”
ଅଧିକ ତାଲିମ ପାଇବା ପାଇଁ ଦିଲ୍ଲୀ ଯାଇ ଦୀର୍ଘ ପାଞ୍ଚ ବର୍ଷ ପ୍ରୟାସ କରିବା ପରେ ଚତୁର୍ଥ ଥର ପରୀକ୍ଷା ଦେଇ ଇଣ୍ଡିଆନ ଫରେଷ୍ଟ ସର୍ଭିସରେ ସର୍ବ ଭାରତୀୟ ସ୍ତରରେ ୪୦ ତମ ସ୍ଥାନ ରଖି କୋରାପୁଟକୁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି।