ନାବାଳିକା ଦୁଷ୍କର୍ମକାରୀଙ୍କୁ ତୁରନ୍ତ ଗିରଫ କରାଯାଉ: ଯୁବ କଂଗ୍ରେସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରସ୍ଥିତ ଇମ୍ପୋସିଟି ଅଞ୍ଚଳରେ ହୋଇଥିବା ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ସରକାର ଘଣ୍ଟ ଘୋଡ଼ାଉଛନ୍ତି ବୋଲି ଅଭିଯୋଗ କରି ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜିତ୍ ପାତ୍ର ଓ ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ ସଭାପତି ସ୍ୱାଗତ କରଙ୍କ ନେତୃତ୍ୱରେ ଆଜି କଂଗ୍ରେସ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଣ୍ଟିନଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କା କହିଥିଲେ ଯେ ଇମ୍ଫୋସିଟି ଅଞ୍ଚଳର ନାବାଳିକାକୁ ପୁଲିସ ଓ ଏକ ନିର୍ଦ୍ଦଷ୍ଟ ମିଡିଆର କର୍ମଚାରୀ ଏବଂ ଅନ୍ୟ ଅପରାଧି ଅତି ନିର୍ମମ ଭାବରେ ୧୦ ଦିନ ଧରି ଗଣଦୁଷ୍କର୍ମ କରିବା ପରେ ବି ଏ ପର୍ଯ୍ୟନ୍ତ ଅପରାଧୀ ବାହାରେ ବୁଲୁଛନ୍ତି। ଅପରାଧୀଙ୍କୁ ଗିରଫ କରିବା ପାଇଁ ପୁଲିସ ଅସମର୍ଥ ହୋଇଛି। ନାବାଳିକାକୁ କ୍ଷତି ପୂରଣ ବାବଦକୁ ସରକାର ତୁରନ୍ତ ୫୦ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେବାକୁ ଯୁବ କଂଗ୍ରେସ ଦାବି କରିଛି। ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ମୁଖପାତ୍ର ଅଜୟ କୁମାର ସାହୁ, ବଟକୃଷ୍ଣ ରାଉତରାୟ, ବିରଞ୍ଚି ବାରିକ, ଜ୍ୟୋତିପ୍ରକାଶ ଆଚାର୍ଯ୍ୟ, ସୁରଜ ରାଉତ, ଗୌତମ ଦାସ, ଜ୍ଞାନରଞ୍ଜନ ରାଉତ, ଆଶୁତୋଷ ଲେଙ୍କା, ରିତୁଲ୍ ମହାରଣା, ପୀୟୁଷ ଜେନା, ଗୁଣନିଧି ବସ୍ତିଆ, ରଣଜିତ୍ ସେନାପତି ଓ ସାଗର ପଟ୍ଟନାୟକ ପ୍ରମୁଖ ବହୁ ଯୁବ କଂଗ୍ରେସ କର୍ମୀ ଅଂଶଗ୍ରହଣ କରିଥିଲେ।