ଜଷ୍ଟିସ ଯଶୱନ୍ତ ସିଂହ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନୂତନ ମୁଖ୍ୟ ବିଚାରପତି

କଟକ,ଏନ୍ଏନ୍ଏସ୍: ଜଷ୍ଟିସ ଯଶୱନ୍ତ ସିଂହ ହେବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନୂତନ ମୁଖ୍ୟ ବିଚାରପତି। ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପ୍ରିମକୋର୍ଟ କଲେଜିୟମ ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏବେ ଜଷ୍ଟିସ ସିଂହ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି।

ସେହିପରି ଜଷ୍ଟିସ ପି. ବି. ବରାଲେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ। ଜମ୍ମୁ ଏବଂ କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଅଲ୍ଲି ମୋହମ୍ମଦ ମାଗରେଙ୍କ ନାମ ସୁପାରିଶ ହୋଇଛି। ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲୀଧରନଙ୍କୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି ପାଇଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ। ତାଙ୍କ ସ୍ଥାନରେ ଜଷ୍ଟିସ ଜସୱନ୍ତ ସିଂହ ଆସିବେ।