ସିମଡେଗା,ଏଜେନ୍ସି: ଏଠାରେ ହକି ଇଣ୍ଡିଆ ପକ୍ଷରୁ ଚାଲିଥିବା ଏକାଦଶ ଜୁନିୟର୍ ମହିଳା ଜାତୀୟ ଚମ୍ପିଆନସିପ୍ରେ ଓଡ଼ିଶା ତା’ର ବିଜୟ ଧାରା ଜାରି ରଖିଛି। ପ୍ରତିଯୋଗିତାର ଚତୁର୍ଥ ଦିନରେ ଶନିବାର ଦଳର ମୁକାବିଲା ଛତିଶଗଡ଼ ସହ ହୋଇଥିବା ବେଳେ ଏଥିରେ ୯-୦ରେ ବିଜୟୀ ହୋଇଛି। ଗ୍ରୁପ୍-ଜି’ର ଏହି ମୁକାବିଲାରେ ଓଡ଼ିଶା ପକ୍ଷରୁ ଟପ୍ପୋ ଦୀପି ମୋନିକା ଡବଲ୍ ଗୋଲ୍ କରିଛନ୍ତି। ସେ ମ୍ୟାଚ୍ର ୫୪ତମ ଓ ୫୮ତମ ମିନିଟ୍ରେ ଏହି ଗୋଲ୍ ସ୍କୋର୍ କରିଥିବା ବେଳେ ତୃତୀୟ ମିନିଟ୍ରେ ଗୋଲ୍ ଦେଇ ଦଳକୁ ଆଗୁଆ କରାଇଥିଥଲେ ନେହା ଲାକ୍ରା।
ଏହାପରେ ପଞ୍ଚମ ମିନିଟ୍ରେ କମଳା ସିଂ ଦ୍ୱିତୀୟ, ନବମ ମିନିଟ୍ରେ ସନ୍ଧ୍ୟା କୁଜୁର ତୃତୀୟ, ତ୍ରୟୋଦଶ ମିନିଟ୍ରେ ନିମାବତୀ ସିଂ ଚତୁର୍ଥ, ୨୩ତମ ମିନିଟ୍ରେ ଆଟେନ୍ ଟପ୍ନୋ ପଞ୍ଚମ ଓ ୨୮ତମ ମିନିଟ୍ରେ ନିକିତା ଟପ୍ପୋ ଷଷ୍ଠ ଗୋଲ୍ ଦେଇଥିଲେ। ମ୍ୟାଚ୍ର ସପ୍ତମ ଗୋଲ୍ ମୋନିକା ଦେବା ପରେ ୫୭ତମ ମିନିଟ୍ରେ ନେହା ଟପ୍ପୋ ଅଷ୍ଟମ ଗୋଲ୍ ଦେଇଥିଲେ। ପରବର୍ତ୍ତୀ ମିନିଟ୍ରେ ମୋନିକା ତାଙ୍କର ଦ୍ୱିତୀୟ ଗୋଲ୍ ଦେଇଥିଲେ ଓ ଓଡ଼ିଶା ୯-୦ରେ ଆଗୁଆ ରହିଥିଲା। ଶେଷରେ ଏହି ଅଗ୍ରଣୀକୁ ବଜୟ ରଖି ଦଳ ସହଜ ବିଜୟ ହାସଲ କରିବା ସହ ଗ୍ରୁପ୍ରେ ଶୀର୍ଷ ସ୍ଥାନରେ ରହିଛି। ଲିଗ୍ ପର୍ଯ୍ୟାୟରେ ଓଡ଼ିଶା ତା’ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆସନ୍ତା ସୋମବାର ହକି ମଧ୍ୟ ପ୍ରଦେଶ ସହ ଖେଳିବ।