ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ ଜେପି ନଡ୍ଡା

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ଜନତା ପାର୍ଟିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଆଜି ଜେପି ନଡ୍ଡା ଦାୟିତ୍ୱ ନେବେ। ଏ ନେଇ ଦିଲ୍ଲୀର ଦୀନଦୟାଲ ଉପାଧ୍ୟାୟ ମାର୍ଗରେ ବିଜେପିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ ଅମିତ ଶାହାଙ୍କ ସ୍ଥାନରେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ନିର୍ବିବାଦରେ ନିର୍ବାଚିତ ହୋଇଛନ୍ତି। ବିଜେପି ଅଧ୍ୟକ୍ଷ ସର୍ବସମ୍ମତିରେ ଏବଂ ବିନା ନିର୍ବାଚନରେ ବଛାଯିବାରପରମ୍ପରା ରହିଆସିଛି। ତେଣୁ ଏଥର ମଧ୍ୟ ସେହି ପରମ୍ପରା ଆଧାରରେ ଅଧ୍ୟକ୍ଷ ମନୋନୀତ ହୋଇଛନ୍ତି।

ଏହାଛଡା ଦୀର୍ଘଦିନ ହେଲା ମୋଦୀ ଓ ଶାହାଙ୍କ ଦୃଷ୍ଟିରେ ବିଜେପିର ଅଧ୍ୟକ୍ଷ ଭାବେ ସର୍ବାଧିକ ପସନ୍ଦ ନେତା ହୋଇରହିଥିଲେ ଜେପି ନଡ୍ଡା। ଶାହାଙ୍କକାର୍ଯ୍ୟକାଳ ନିର୍ବାଚନ ଦୃଷ୍ଟିରୁ ବିଜେପିର ସର୍ବଶ୍ରେଷ୍ଠ ସମୟ ଥିଲା, ତେବେ କିଛି ରାଜ୍ୟର ବିଧାନସଭା ନିର୍ବାଚନରେ ଦଳକୁ ଶକ୍ତଝଟକା ମଧ୍ୟ ଲାଗିଥିଲା। ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ ଅମିତ ଶାହା କେନ୍ଦ୍ର ଗୃହମନ୍ତ୍ରୀ ହେବା ପରେ ବିଜେପି ନୂଆ ଅଧ୍ୟକ୍ଷ  ଖୋଜିବା ଆରମ୍ଭ ହୋଇଥିଲା। ତେଣୁ ଗତ ବର୍ଷ ଜୁଲାଇରେ ଜେପି ନଡ୍ଡାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବା ବେଳେ ପୁନର୍ବାର ତାଙ୍କୁ ବିଜେପି ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି।