ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଦୈନିକ ଖବରକାଗଜର ପ୍ରତିନିଧି ବଡ଼ ପାଟଣା ପଞ୍ଚାୟତ ସ୍ୱାମ ଶାସନର ବୀରକିଶୋର ଦାଶ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ସହିତ ତାଙ୍କର ୧୨ ବର୍ଷର ଝିଅ, ୭ ବର୍ଷର ପୁଅ, ତାଙ୍କ ଭାଇ ଦିଲୀପ କୁମାର ଦାଶ ଓ ଦିଲ୍ଲୀପଙ୍କ ପୁଅ ଝିଅଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଛି।
ସୂଚନା ଯୋଗ୍ୟ ଯେ, ବୀରକିଶୋରଙ୍କ ପରିବାର ପଜିଟିଭ ଚିହ୍ନଟ ପରେ ସମସ୍ତେ ହୋମ ଆଇସୋଲେସନରେ ରହିଛନ୍ତି। ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରୀ ଦାଶ ଓ ତାଙ୍କ ପରିବାରର ଆଶୁ ଆରୋଗ୍ୟ କାମନା କରିଛନ୍ତି।