ସାମ୍ବାଦିକଙ୍କୁ ଯଥାଶୀଘ୍ର ଭ୍ୟାକ୍ସିନ ଦିଆଯାଉ: କେଜ୍ରିୱାଲ

ନୂଆଦିଲ୍ଲୀ: କରୋନା ପ୍ରକୋପ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କଠାରେ ଏକ ଦାବି କରିଛନ୍ତି। ବଢ଼ୁଥିବା ସଂକ୍ରମଣ ମଧ୍ୟରେ ସାମ୍ବାଦିକମାନେ ରିପୋର୍ଟିଂ କରୁଛନ୍ତି ସେଥିପାଇଁ ଫ୍ରଣ୍ଟଲାଇନ ୱାର୍କର୍ସ ଭାବେ ସେମାନଙ୍କୁ ଯଥାଶୀଘ୍ର ଭ୍ୟାକ୍ସିନ ପ୍ରଦାନ କରାଯାଉ। ଏନେଇ କେଜ୍ରିୱାଲ ଏକ ଟ୍ୱିଟ୍ କରିଛନ୍ତି।

କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ, ଜଟିଳ ପରିସ୍ଥିତିରେ ମଧ୍ୟ ସାମ୍ବାଦିକମାନେ ରିପୋର୍ଟିଂ କରୁଛନ୍ତି। ସେଥିପାଇଁ ସେମାନଙ୍କୁ ଫ୍ରଣ୍ଟଲାଇନ ୱାର୍କର୍ସ ଭାବେ ପ୍ରାଥମିକତା ପ୍ରଦାନ କରି ଭ୍ୟାକ୍ସିନ ଦିଆଯିବା ଉଚିତ। ଏନେଇ ଦିଲ୍ଲୀ ସରକାର କେନ୍ଦ୍ରକୁ ଚିଠି ଲେଖିବ।