ଝାରସୁଗୁଡା,ଏନ୍ଏନ୍ଏସ୍: ଦିଲ୍ଲୀସ୍ଥିତ ଲାଲକିଲ୍ଲାରେ ଗତକାଲି ଚାଷୀମାନେ କରିଥିବା ଜାତୀୟ ପତାକାର ଅପମାନ ଓ ଯବାନ ତଥା ପୁଲିସକର୍ମୀଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରି ଲଖନପୁର ବ୍ଲକର ମାନସ ରଞ୍ଜନ ବେହେରା ଏକ ଶୋଭାଯାତ୍ରା କରିଛନ୍ତି। ଶ୍ରୀ ବେହେରା ଆଜି ଲଖନପୁର ବ୍ଲକ ତହସିଲ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ପଞ୍ଚଗାଁ ଛକ ପର୍ଯ୍ୟନ୍ତ ଯାଇଥିଲେ। ସେ କହିଛନ୍ତି ଦିଲ୍ଲୀରେ ହୋଇଥିବା ଚାଷୀ ଆନ୍ଦୋଳନକୁ ଲଖନପୁର ବ୍ଲକ ଯୁବ ସଙ୍ଗଠନ ଖୁବ ନିନ୍ଦା କରୁଛି। ନିଜକୁ କିଷାନ କହି ଯବାନମାନଙ୍କୁ ଆକ୍ରମଣ କରିବା ତଥା ଭାରତମାତାର ଗର୍ବ ଗୌରବ ତ୍ରୀରଙ୍ଗା ପତାକାକୁ ଅସମ୍ମାନ କରିବା ଗଣତନ୍ତ୍ର ପାଇଁ ଆଦୌ ଗ୍ରହଣୀୟ ନୁହେଁ । ତେଣୁ ଏହି ଅମାନବିକ ଆନ୍ଦୋଳନର ପ୍ରତିବାଦ କରି ଲଖନପୁର କ୍ଲଷ୍ଟର ୩ର ସଭାପତି ମାନସ ରଞ୍ଜନ ବେହେରା ଲଖନପୁର ଛକଠାରୁ ପଞ୍ଚଗାଁ ଛକ ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି।