ସାହରପଡ଼ାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, ୩୦ ୟୁନିଟ ରକ୍ତ ସଂଗ୍ରହ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହରପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟ ଠାରେ ବୁଧବାର ସାହାରପଡା ବ୍ଲକ୍ ବିଜେଡି ତରଫରୁ ଜୀବନ ବିନ୍ଦୁ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ସାମାଜିକ ଦୂରତା ରକ୍ଷା ସହିତ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଏଥିରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ବିଜେଡି ଦଳ ତରଫରୁ ରାଜ୍ୟ ବିଜେଡି ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ, ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, ବ୍ଲକ୍ ଉପାଧ୍ୟକ୍ଷା କିରଣ ବାଳା ସିଂ, ମୀନା ମାଝୀ, ବରିଷ୍ଠ ନେତା କରୁଣା ସାଗର ଖାଟୁଆ, ଦୀପକ ରାଜ ପ୍ରମୁଖ ଯୋଗଦେଇ ରକ୍ତଦାନ ଶିବିର ପରିଚାଳନା କରିଥିଲେ। ସେହିପରି ଡ. ନିର୍ମଳ କୁମାର ମହାନ୍ତଙ୍କ ଉପସ୍ଥିତିରେ ଜିଲ୍ଲା ବ୍ଲଡ ବ୍ୟାଙ୍କ ପକ୍ଷରୁ ପିଆରଓ ଅକ୍ଷୟ ସାହୁ, ଟେକ୍ନିସିଆନ ମୋନାଲିସା ପୁହାଣ ଓ ହେମରଞ୍ଜନ ମହାନ୍ତ ପ୍ରମୁଖ ଶିବିର ପରିଚାଳନା କରିଥିଲେ।