କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ‘ଆରୋଗ୍ୟ ସେତୁ’ ବାଧ୍ୟତାମୂଳକ

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାର ତାଙ୍କର ସବୁ କର୍ମଚାରୀଙ୍କ ପାଇଁ ଫୋନରେ ‘ଆରୋଗ୍ୟ ସେତୁ’ ଆପ୍ ଡାଉନଲଡ କରିବା ବାଧ୍ୟତାମୂଳକ କରି ଦେଇଛନ୍ତି। ଘରୁ ବାହାରିବା ସମୟରେ କର୍ମଚାରୀଙ୍କୁ ଆପ ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖିବାକୁ ପଡ଼ିବ। ଯଦି ଆପ ‘ହାଇ ରିସ୍କ’ ସୂଚିତ କରିବ ତେବେ କର୍ମଚାରୀଙ୍କୁ ଅଫିସ୍ ଆସିବାକୁ ପଡ଼ିବ ନାହିଁ। ଆଉ ୧୪ ଦିନ ପାଇଁ ନିଜକୁ ସେଲ୍ଫ ଆଇସୋଲେସନରେ ରଖିବାକୁ ପଡ଼ିବ। ଆପ୍ ‘ସେଫ୍’ କିମ୍ବା ‘ଲୋ ରିସ୍କ’ ସୂଚିତ କଲା ପରେ ହିଁ କର୍ମଚାରୀ ଅଫିସ ଆସିପାରିବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।