ମମତାଙ୍କୁ ପୁଣି ଝଟକା, ଶୁଭେନ୍ଦୁଙ୍କ ପରେ ଇସ୍ତଫା ଦେଲେ ଜିତେନ୍ଦ୍ର ତିୱାରି

କୋଲକାତା, ଏଜେନ୍ସି: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା ଲାଗିଛି। ଟିଏମ୍ସି ନେତା ଶୁଭେନ୍ଦୁ ଅଧିକାରୀ ଓ ଜିତେନ୍ଦ୍ର ତିୱାରି ଗୁରୁବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଅଧିକାରୀ ଗତ ବୁଧବାର ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କର ଇସ୍ତଫା ପତ୍ର ଦଳର ସୁପ୍ରିମୋ ମମତାଙ୍କ ନିକଟକୁ ପଠାଇ ଦେଇଥିଲେ। ସେ ବିଜେପିରେ ଯୋଗ ଦେବା ଆଶା କରାଯାଉଛି। ଅଧିକାରୀ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ ସମସ୍ତ ଚ୍ୟାଲେଞ୍ଜ ଓ ସୁଯୋଗ ପାଇଁ ଧନ୍ୟବାଦ ଜଣାଉଛି। ଉଲ୍ଲେଖଯୋଗ୍ୟ ଶୁଭେନ୍ଦୁ ଅଧିକାରୀ ପୂର୍ବ ମେଦିନପୁର ଜିଲ୍ଲାର ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳୀରୁ ବିଧାନସଭାରେ ପ୍ରତିନିଧିତ୍ୱ କରୁଥିଲେ।