ରେଡକ୍ରସ୍ ପାଣ୍ଠିରୁ ଆର୍ଥିକ ସହାୟତା

କୋରାପୁଟ,ଏନ୍ଏନ୍ଏସ୍: ସଡ଼କ ଦୁର୍ଘଟଣାରେ ମୃତ ଜଣେ ବ୍ୟକ୍ତିଙ୍କ ବିଧବା ପତ୍ନୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।ଗତ ଅକ୍ଟବୋର ୨୯ରେ ଦଶମନ୍ତପୁର ବ୍ଲକ୍ କଣ୍ଟାବେଡି ଗ୍ରାମର କୁଶ ବଡନାୟକ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ଜିଲ୍ଲାପାଳ ମଧୁ ସୂଦନ ମିଶ୍ରଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ମୃତ କୁଶ ବଡନାୟକର ସ୍ତ୍ରୀ ଜାନ୍ନକି ବଡନାୟକକୁ ସହାୟତା ରାଶିର ଚେକ୍ ପ୍ରଦାନ କରିଛନ୍ତି। ଏଥିରେ ସେକ୍ସନ୍ ଅଫିସର୍ ପ୍ରକାଶ ଚନ୍ଦ୍ର ସାମଲ୍ ଓ ଯୁବ ସମାଜସେବୀ ବୈକୁଣ୍ଠ ମଣ୍ଡଳ ଉପସ୍ଥିତ ଥିଲେ।