ଦେବଗଡ଼,ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ ଜିତେନ୍ଦ୍ର ସାହୁ ହତ୍ୟା ମାମଲାର ବିଚାର କରି ମାନ୍ୟବର ଜିଲ୍ଲା ଓ ଦୌରାଜଜ୍ ବିଜୟ କୁମାର ପାତ୍ର ଅଭିଯୁକ୍ତ ଗୁରୁ ଚରଣ ଶବରକୁ ଆଜୀବନ କାରବାସ ସହ ୧୦ ହଜାର ଜୋରିମାନା ରାୟ ପ୍ରଦାନ କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ କ୍ଷତି ପୂରଣ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଗତ ୨୦୧୭ ମସିହା ଅଗଷ୍ଟ ୨୧ ତାରିଖ ଦିନ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଖିଲେଇ ଗ୍ରାମରେ ଘଟିଥିଲା ହତ୍ୟା କାଣ୍ଡ। ଅଭିଯୁକ୍ତ ଗୁରୁଚରଣ ଏକ ଶାବଳରେ ଜିତେନ୍ଦ୍ରଙ୍କ ମୁଣ୍ଡକୁ ପିଟିବା ସହ ବାରମ୍ବର ପେଟରେ ଭୁସି ହତ୍ୟା କରି ଗ୍ରାମବାସୀଙ୍କୁ ଧମକ ଦେଇଥିଲେ।
ଥାନା ଅଧିକାରୀ ସବ୍ ଇନ୍ସପେକ୍ଟର ବବିତା ଦେହୁରୀ ଏହି ଘଟଣାର ତଦନ୍ତ କରିବା ସହ ଏହା ଏକ ଜଘନ୍ୟ ହତ୍ୟା କାଣ୍ଡ ଥିବାରୁ ୧୫ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣ କୋର୍ଟରେ ହାଜର କରିଥିଲେ। ଏହି ପ୍ରମାଣ ଓ ସାକ୍ଷ୍ୟ ଆଧାରରେ ରାୟ ପ୍ରଦାନ କଲେ ମାନ୍ୟବର ଜିଲ୍ଲା ଓ ଦୌରାଜଜ୍। ଅଭିଯୁକ୍ତର ସ୍ତ୍ରୀ’ଙ୍କ ସହ ଅନୈତିକ ସମ୍ପର୍କ କାରଣରୁ ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡ଼ିଛି। ଏହି ମାମଲା କୁ ସରକାରଙ୍କ ପକ୍ଷରୁ ପବ୍ଲିକ୍ ପ୍ରସିକ୍ୟୁଟର ବୃନ୍ଦାବନ ନାୟକ ପରିଚାଳନା କରୁଥିଲେ।