ଝାରସୁଗୁଡ଼ାରୁ ଚେନ୍ନାଇ ଆରମ୍ଭ ହେଲା ବିମାନ ସେବା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଜିଠାରୁ ଚେନ୍ନାଇକୁ ବିମାନ ସେବା ଆରମ୍ଭ ହୋଇଛି। ସ୍ପାଇସ୍ ଜେଟ୍ ପକ୍ଷରୁ ଏହି ସେବା ଆରମ୍ଭ କରାଯାଇଛି। ଆଜି ପ୍ରଥମ ଦିନରେ ଚେନ୍ନାଇରୁ ୯୩ ଜଣ ଯାତ୍ରୀ ଝାରସୁଗୁଡ଼ା ଆସିଛନ୍ତି।  ସେହିପରି ଝାରସୁଗୁଡ଼ାରୁ ୮୪ ଜଣ ଯାତ୍ରୀ ଚେନ୍ନାଇକୁ ଉଡ଼ାଣ ଭରିଛନ୍ତି। ଆଜି ପ୍ରଥମ ଦିନରେ ଝାରସୁଗୁଡ଼ାକୁ ବିମାନଟି ଅପରାହ୍ଣ ୩ଟ୨୦ରେ ପହଞ୍ଚି ପୁଣି ୩ଟା ୫୦ରେ ଚେନ୍ନାଇ ଅଭିମୁଖେ ଉଡାଣ ଭରିଥିଲା। ଚେନ୍ନାଇକୁ ବିମାନ ସେବା ଆରମ୍ଭ ହେବାଦ୍ୱାରା ଚିକିତ୍ସା, ପର୍ଯ୍ୟଟନ, ହୋଟେଲ ଶିଳ୍ପ, ଟେକ୍ସଟାଇଲ ଶିଳ୍ପ ଆଦି ପାଇଁ ସହାୟକ ହେବ। ସ୍ଥାନୀୟଲୋକେ ଅଳ୍ପ ସମୟରେ ଚେନ୍ନାଇରୁ ଝାରସୁଗୁଡାକୁ ଯାତାୟାତ କରିପାରିବେ ବୋଲି ବିମାନବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ ଦିନରେ ଦେଶର ପ୍ରତ୍ୟେକ ବିମାନ ବନ୍ଦରକୁ ଝାରସୁଗୁଡାରୁ ସିଧାସଳଖ ଭାବରେ ବିମାନ ସେବା ପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।