ଭୁବନେଶ୍ୱରରେ ୪୫ କରୋନା ପଜିଟିଭ ଚିହ୍ନଟ: ସ୍ଥାନୀୟ ସଂକ୍ରମଣ ୩୧

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ୪୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨ ଓ ସ୍ଥାନୀୟ ସଂକ୍ରମଣ ୩୧ଜଣ ରହିଛନ୍ତି। ଅନ୍ୟପଟେ ୧୨ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜଧାନୀରେ ଆଜିର ୪୫ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ହଜାର ୫୪୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୧ହଜାର ୯୩୩ଜଣ ସୁସ୍ଥ ହୋଇଛନ୍ତି, ୨୫୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୪୩ ଜଣ ଚିକିତ୍ସିତ ହେଉଛନ୍ତି।