ଯୁବତୀଙ୍କୁ ଗଣ ଦୁଷ୍କର୍ମ ଭିଡ଼ିଓ ଭାଇରାଲ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ା ବସ୍ଷ୍ଟାଣ୍ଡ ପାଖରେ ଥିବା ରେଳ ବିଭାଗର ଏକ ପରିତ୍ୟକ୍ତ ଘରେ ଜଣେ ଯୁବତୀଙ୍କୁ ଦୁଇଜଣ ଯୁବକ ଦୁଷ୍କର୍ମ କରୁଥିବା ଭିଡିଓ ଭାଇରାଲ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଝାରସୁଗୁଡା ପୁଲିସ ଗିରଫ କରି ରେଳବାଇ ପୁଲିସକୁ ହସ୍ତାନ୍ତର କରିଛି। ଗିରଫ ଅଭିଯୁକ୍ତ ଜଣକ ନକ୍ସସାପାଲି ଅଞ୍ଚଳର ହେମରାଜ ବେସନ ବୋଲି ପୁଲିସ ସୂଚନା ଦେଇଛି। ଅନ୍ୟପଟେ ଜିଆରପି ପୁଲିସ ପୀଡିତାଙ୍କୁ ଚିହ୍ନଟ କରିଥିବା ବେଳେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତ କ୍ରିଷ୍ଣାର ତଲାସି ଜାରି ରଖିଛି । ଏହିଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଆରପି ଏସପି ପ୍ରକାଶ କରିଛନ୍ତି।