ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏସଏମସି କମ୍ପାନୀ ତରଫରୁ ୫୧ ଲକ୍ଷ ଦାନ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ରାଜ୍ୟରେ କୋଭିଡ଼ ଲଢେଇରେ ନିଜର ଯୋଗଦାନ ସ୍ୱରୁପ ଏସଏମସି ଷ୍ଟିଲ କମ୍ପାନୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧ ଲକ୍ଷ ଟଙ୍କା ଦାନ କରିଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ କମ୍ପାନୀୟ ଅଧ୍ୟକ୍ଷ ମୁଲଚାନ୍ଦ ଆଗ୍ରୱାଲ ଏବଂ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଜେପି ଶର୍ମାଙ୍କ ଠାରୁ ଏହି ରାଶିର ଚେକ ଗ୍ରହଣ କରିଛନ୍ତି। ଚେକକ୍ୱପ୍ରଦାନ ସମୟରେ ଅଧ୍ୟକ୍ଷ ଶ୍ରୀ ଅଗ୍ରୱାଲ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ଦୁରଦର୍ଶୀ କୋଭିଡ ପରିଚାଳନା ଯୋଗୁଁ ଓଡିଶାର କୋଭିଡ ମହାମାରୀ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି।