ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣକୁ ସ୍ୱାଗତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ସରକାରୀ ହାଇସ୍କୁଲର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଉଭୟ ମେଡିକାଲ ଏବଂ ଇଞ୍ଜିନିୟରିଂ ଶିକ୍ଷା ପ୍ରବେଶିକା ପରୀକ୍ଷାରେ ସ୍ଥାନ ସଂରକ୍ଷଣ ନିମନ୍ତେ ରାଜ୍ୟ ସରକାରଙ୍କ ଘୋଷଣାକୁ ଝାରସୁଗୁଡାବାସୀ ସ୍ୱାଗତ କରିଛନ୍ତିି। ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏକ ଐତିହାସିକ ପଦକ୍ଷେପ ବୋଲି ସରକାରୀ ସ୍କୁଲରେ ଅଧ୍ୟୟନରତ ଛାତ୍ରଛାତ୍ରୀ, ପିତାମାତା ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନେ ମତ ଦେଇଛନ୍ତି।

ରାଜ୍ୟ ସରକାର ଏବେ ଯେଉଁ ଘୋଷଣା କରିଛନ୍ତି ତାହା ବାସ୍ତବିକ ଏହି ଗରିବ ଏସସି, ଏସଟି ମେଧାବୀ ପିଲାଙ୍କୁ କ୍ୟାରିୟର ଗଢିବାରେ ସହାୟକ ହେବ ବୋଲି ଝାରସୁଗୁଡ଼ା ସରବାହାଲ ସରକାରୀ ହାଇସ୍କୁଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶିକ୍ଷକ, ଅଭିଭାବକମାନେ ମତ ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ଶିକ୍ଷକ ସତ୍ୟବ୍ରତ ସାହୁ, ସଚ୍ଚିନ୍ଦ୍ର ପଟେଲ, ସୁନୀତା ପଣ୍ଡା, ଚନ୍ଦ୍ରକାନ୍ତି ଦାଶ, ଊଷାରାଣୀ ସାହୁ, ଅଭିଭାବକ ନାରାୟଣ ଭଇଁଷା, ସନ୍ତୋଷ ପଟେଲ, ଅଙ୍କିତା ତନ୍ତୀ, ଛାତ୍ର ରାହୁଳ ସା, ସରୋଜ ରାଉତ, ରୁପେଶ ରଣା ପ୍ରମୁଖ ଉପସ୍ଥିତ ଥିଲେ।