ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକୁ ସ୍ୱାଗତ କଲେ ଅଭିଭାବକ

ଦେବଗଡ଼, ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ ତିଲେଇବଣି ଅନ୍ତର୍ଗତ ଢୋଲପଡା ହାଇସ୍କୁଲରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହିତ ସରକାରୀ ସ୍କୁଲରେ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀ ପଢିଲେ ଡାକ୍ତରୀ ତଥା ଇଞ୍ଜନିୟରିଂ ପାଠ୍ୟକ୍ରମରେ ସିଟ୍ ସଂରକ୍ଷଣ ନିମନ୍ତେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣାକୁ ସ୍ୱାଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ ନିଷ୍ପତି ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ନିର୍ମାଣରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ବହୁ ଅଭିଭାବକ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେବଗଡ଼ ବିଜୁ ଜନତା ଦଳର ଜିଲ୍ଲା ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲ୍ଲା ଯୁବ ସଭାପତି ପ୍ରତାପ ଦେବ୍, ରିଆମାଳ ବ୍ଲକ ସଭାପତି ଆଲୋକ ପ୍ରଧାନ, ବାରକୋଟ ବ୍ଲକ ସଭାପତି ହିରାଲାଲ୍ ସାହୁ ଓ ଦେବଗଡ଼ ଜିଲ୍ଲା ବିଜେଡି ଛାତ୍ର ସଭାପତି ରକି ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।