କୋରନା ମୁକାବିଲା ପାଇଁ ୱାର୍ଡ ସ୍ତରରରେ ଗଠନ ହେଲା କମିଟି

ଝାରସୁଗୁଡା,ଏନ୍ଏନ୍ଏସ୍ : ତାଲାବନ୍ଦକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କେତେକାଶଂରେ କୋହଳ କରାଯାଇଥିବାରୁ ସାଧାରଣ ପରିବହନ ଆରମ୍ଭ ହୋଇଛି। ଏହି ପରୀପ୍ରେକ୍ଷୀରେ ଫେରନ୍ତା ମାନଙ୍କର ନିର୍ଦ୍ଧିଷ୍ଟ ତଥ୍ୟ ଆକଳନ ଓ ସଂଗ୍ରହ କରାଯାଉଛି। ଏଥିପାଇଁ ଗତ ୮ ତାରିଖରୁ ୱାର୍ଡ ସ୍ତରରେ କମିଟି ଗଠନ କରାଯାଇଛି ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି। ପଂଚାୟତ ସ୍ତରରେ ଓା୍ୱର୍ଡ କମଟିରେ ୫ ଜଣ ସଦସ୍ୟ ରଖାଯାଇଥିବା ବେଳେ ପୌରାଂଚଳ ସ୍ତରର କମିଟିରେ ୧୦ ଜଣ ସଦସ୍ୟ ରଖାଯାଇଛି।

ଏହି କମିଟି ୱାର୍ଡ ମାଧ୍ୟରେ ଥିବା କୌଣସି ପରିବାରକୁ ବାହାରେ ଅବସ୍ଥାନ କରିଥିବା ପରିବାରର ସଦସ୍ୟ ବା ଅତିଥି ଆସିଲେ କିମ୍ବା ସମୁଦାୟ ପରିବାର ପହଂଚିଲେ ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରି ୱାର୍ଡ ଅଧିକାରୀଙ୍କୁ ଜଣାଇବେ। ସେହିପରି ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଘରେ ସଂଗରୋଧରେ ରହିବା ପାଇଁ ପରାମର୍ଶ ଦେବେ। ଯଦି ସେମାନଙ୍କ ଘରେ ସଂଗରୋଧରେ ରହିବାର ବ୍ୟବସ୍ଥା ନଥିବ ତେବେ ସରକାରଙ୍କ ଦ୍ୱାରା ପରିଚାଳିତ ସଂଗରୋଧ କେନ୍ଦ୍ରରେ ରଖିବାର ବ୍ୟବସ୍ଥା କରାଇବେ। ଯଦି କମିଟିର ପରାମର୍ଶକୁ କେହି ପାଲନ ନ କରନ୍ତି ତେବେ ସରପଂଚ ଅବା ପୌର ଅଧିକାରୀଙ୍କୁ ଜଣାଇ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ପ୍ରକାଶ ଯୋଗ୍ୟ ଯେ, ଆଜି ଯାଏଁ ଜିଲ୍ଲାକୁ ୩ ହଜାର ୫ଶହ ୮୮ ଜଣ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ୫୨୩ ଜଣ ପ୍ରବାସୀ ଶ୍ରମିକ, ୨ହଜାର ୬ଶହ ୧୯ ଜଣ ଅନ୍ୟ କର୍ମଚାରୀ, ୨୪୫ ଜଣ ଛାତ୍ରଛାତ୍ରୀ, ୨୦୧ ଜଣ ପର୍ଯ୍ୟଟକ ଅଛନ୍ତି । ସେମାନଙ୍କ ମଧ୍ୟରେ ୧ ହଜାର୯ଶହ୬୭ ଜଣ ହୋମ କ୍ୱାରେଣ୍ଟାଇନେର ଓ ୧ ହଜାର ୬ଶହ ୨୧ ଜଣ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରେ ଥିବାବେଳେ ୮୧୧ ଜଣ ଡିସଚାର୍ଜ ହୋଇଛନ୍ତି ।