ଧାମନଗର,ଏନ୍ଏନ୍ଏସ୍ : ରଜ ପାଇଁ ଗାଁ’ ଗାଁ’ରେ ରଜ ମଉଜ ପିଠା ପଣା ଆଉ ବାଗୁଡି ଖେଳ ରେ ଗାଁ’ ଉତ୍ସବ ମୁଖର ହୋଇ ଉଠୁ ଥିବା ବେଳେ ସାମନ୍ୟ ଆମ୍ବ ଖାଇବାକୁ ନେଇ ନିଶାସକ୍ତ ସ୍ୱାମୀ ତା’ର ସ୍ତ୍ରୀକୁ ବାଉଁଶ ଫାଳିଆରେ ପିଟି ପିଟି ମାରିଦେବା ସମଗ୍ର ଧାମନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣାରୁ ପ୍ରକାଶ, ଭଦ୍ରକ ଜିଲ୍ଲା ଧାମନଗର ଥାନା ଜଳମଣ୍ଡୁଆ ଗାଁ’ର କାର୍ତ୍ତିକ ଜେନା (୪୦) ତାଙ୍କ ସ୍ତ୍ରୀ ସସ୍ମିତା (୩୪)ଙ୍କୁ ଗତକାଲି ସନ୍ଧ୍ୟାରେ ଆମ୍ବ ଖାଇବାକୁ କହିଥିଲେ । ମାତ୍ର ସସ୍ମିତା କହିଲା ପିଲାମାନେ ଆମ୍ବ ଖାଇ ଦେଇଛନ୍ତି ଏତିକିରେ ମଦ୍ୟପାନ କରି ଫେରିଥିବା କାର୍ତ୍ତିକ ଏକ ବାଉଁଶ ଫାଳିଆରେ ସସ୍ମିତାକୁ ଭୀଷଣ ମାଡ଼ ମାରିଥିଲା ।
ସସ୍ମିତା ଅଚେତ ହୋଇ ଯିବାରୁ ମଦ୍ୟପ ସ୍ୱାମୀ ତା’ର ସ୍ତ୍ରୀକୁ ଏକ ଅଟୋରେ ଭଦ୍ରକ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ସସ୍ମିତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ସ୍ୱାମୀ ସେଠାରୁ ଖସିପଳାଇ ଆସିବା ପାଇଁ ଚେଷ୍ଟା କରୁଥିବା ବେଳେ ଡାକ୍ତର ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ଖବର ଦେଇଥିଲା । ଘଟଣାସ୍ଥଳରେ ପୋଲିସ ପହଁଚି କାର୍ତ୍ତିକକୁ ଧରି ଧାମନଗର ପୋଲିସକୁ ଖବର ଦେଇଥିଲେ । ଧାମନଗର ଥାନା ଅଧିକାରୀ ରତିକାନ୍ତ ଗିରି ,ଏସଆଇ ମୋତିଲାଲ ମାରାଣ୍ଡି ଅଭିଯୁକ୍ତ କାର୍ତ୍ତିକକୁ ଗିରଫ କରି ଘଟଣାର ତଦନ୍ତ କରିଥିଲେ । ସ୍ତ୍ରୀ କୁ ପିଟି ପିଟି ମାରି ଦେଇଛି ବୋଲି ପୋଲିସି ଆଗରେ କାର୍ତ୍ତିକ ସ୍ୱୀକାର କରିଛି । ପୋଲିସି ଏକ ମାମଲା ରୁଜୁ କରି କାର୍ତ୍ତିକକୁ ଗିରଫ କରିବା ସହ ଶବ ବ୍ୟବଛେଦ ପାଇଁ ଭଦ୍ରକ ପଠାଇଛି ।