ମହିମା ଚୌଧୁରୀଙ୍କଠାରୁ ସମ୍ମାନିତ ହେଲେ ଝାରସୁଗୁଡ଼ା ମହିଳା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବଲିଉଡ ତାରକା ମହିମା ଚୌଧୁରୀଙ୍କଠାରୁ ଝାରସୁଗୁଡ଼ାର ବିଉଟିସିଆନ ମମତା ପଟୁଆ ବେଷ୍ଟ ମେକଅପ ଆର୍ଟିଷ୍ଟ ପୁରସ୍କାର ଗ୍ରହଣ କରିଛନ୍ତି। ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମଧ୍ୟପ୍ରଦେଶ କଟନୀଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ମମତା ପଟୁଆଙ୍କୁ ଏହି ପୁରସ୍କାର ମହିମା ଚୌଧୁରୀ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମମତା ନିଜର ମେକଅପ କଳାର ପ୍ରଦର୍ଶନ କରି ବେଷ୍ଟ ମେକଅପ ଆର୍ଟିଷ୍ଟ ପୁରସ୍କାର ଜିତି ଝାରସୁଗୁଡ଼ା ପାଇଁ ଗୌରବ ଆଣି ପାରିଛନ୍ତି। ମମତାଙ୍କ ପରି ଜଗତସିଂହପୁରର ରତ୍ନପ୍ରିୟା ସାମଲ ମଧ୍ୟ ଏହି କାର୍ଯ୍ୟକ୍ରମରେ ନିଜର କୌଶଳ ପ୍ରଦର୍ଶନ କରି ମହିମା ଚୌଧରୀଙ୍କଠାରୁ ପୁରସ୍କୃତ ହୋଇଛନ୍ତି।