କୃଷକଙ୍କୁ ଆତଙ୍କୀ କହି ଫସିଲେ କଙ୍ଗନା

ମୁମ୍ବାଇ: ନୂଆ କୃଷି ଆଇନକୁ ବିରୋଧ କରି ପ୍ରଦର୍ଶନ କରୁଥିବା କୃଷକଙ୍କୁ ଟ୍ୱିଟରରେ ଆତଙ୍କୀ କହିବା ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତଙ୍କୁ ମହଙ୍ଗା ପଡ଼ିଛି। ଦିଲ୍ଲୀ ଗୁରୁଦ୍ୱାରା କମିଟି ତରଫରୁ ଦାୟର ହୋଇଥିବା ମାମଲା ଉପରେ ଦିଲ୍ଲୀ ଡିଷ୍ଟ୍ରିକ୍ଟ କୋର୍ଟ ପୁଲିସକୁ ଏକ୍ସନ ଟେକନ ରିପୋର୍ଟ (ଏଟୀଆର) ଫାଇଲ କରିବାକୁ ଆଦେଶ ଦେଇଛି। ଏହି ମାମଲାରେ କ’ଣ ଘଟିଛି ତା’ର ରିପୋର୍ଟ ଏପ୍ରିଲ ୨୪ ସୁଦ୍ଧା ଦେବାକୁ କୋର୍ଟ ପୁଲିସକୁ କହିଛି ।

କଙ୍ଗନାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ଦାବିରେ ଦିଲ୍ଲୀ କୋର୍ଟରେ ପିଟିସନ ଦାୟର ହୋଇଥିଲା। ଆପତ୍ତିଜନକ ଟ୍ୱିଟ୍ ଜରିଆରେ ବିଭିନ୍ନ ସମୂହରେ ଅରାଜକତା ସୃଷ୍ଟି କରୁଥିବା ସମ୍ପର୍କରେ ଏହି ପିଟିସନରେ ଉଲ୍ଲେଖ କରାଯାଇଛି।