ଭାରତ ବନ୍ଦକୁ ଝାରସୁଗୁଡ଼ା ଜିଲ୍ଲା କୃଷକ ସଂଘର ସମର୍ଥନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଭାରତୀୟ କିଷାନ ମୋର୍ଚ୍ଚା ପକ୍ଷରୁ ୨୬ ତାରିଖ ଦିନ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ଝାରସୁଗୁଡ଼ା ଜିଲ୍ଲା କୃଷକ ସଂଘ ସମର୍ଥନ କରିଛି। ଏହି ବନ୍ଦ ଡାକରାକୁ ସଫଳ କରିବା ପାଇଁ ଶୁକ୍ରବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଝାରସୁଗୁଡ଼ାରେ ମଧ୍ୟ ବନ୍ଦ ପାଳନ କରାଯିବ ବୋଲି ଜିଲ୍ଲା କୃଷକ ସଂଘ ପକ୍ଷରୁ କୁହାଯାଇଛି। ୩ କୃଷି ଆଇନକୁ ରଦ୍ଦ କରିବା, ପେଟ୍ରୋଲ ଡିଜେଲର ଅହେତୁକ ଦର ବୃଦ୍ଧି ହ୍ରାସ କରିବା ଓ ଯୁବକ ଯୁବତୀଙ୍କୁ ରୋଜଗାର ଯୋଗାଇ ଦେବା ଆଦି ଦାବିରେ ଏହି ବନ୍ଦ ପାଳନ କରାଯିବ ବୋଲି ଜିଲ୍ଲା କୃଷକ ସଂଘର ସମ୍ପାଦକ ସୁରେନ୍ଦ୍ର ସାହୁ କହିଛନ୍ତି। ଏହି ଅବସରରେ ପ୍ରଶାନ୍ତ ତ୍ରିପାଠୀ, ପ୍ରଭାକର ଓରାମ, ଗୌରୀଶଙ୍କର ପାତ୍ର, ରତ୍ନାକର ପ୍ରଧାନ, ସିଆରାମ ଦାସ, ମନିଷ ବାଜପାୟୀ, ଶଙ୍କର ତନ୍ତୀ, ଉମାକାନ୍ତ ସାହୁ, ହରିଶଙ୍କର ସାହୁ, ଲିଙ୍ଗରାଜ ପ୍ରଧାନ ଓ ତ୍ରିଲୋଚନ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ।