ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ସହିଦ ଓ ୩ ଗୁରୁତର

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗରର ଲାବଇପୋରା ଅଞ୍ଚଳରେ ସିଆରପିଏଫ୍ ଯବାନଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଫଳରେ ଜଣେ ଯବାନ ସହିଦ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି।

ବିଶେଷ ସୂତ୍ରରୁ ଜଣାପଡ଼ିଛି କି, ସିଆରପିଏଫ୍ ଯବାନଙ୍କ ଗାଡ଼ି ଉପରେ ଆତଙ୍କବାଦୀମାନେ ଘମାଘଟ ଗୁଳିଚାଳନା କରିବା ଯୋଗୁ ୪ଜଣ ଯବାନ ଆହତ ହୋଇଛନ୍ତି। ଆହତ ହୋଇଥିବା ଯବାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯବାନ ସହିଦ ହୋଇଥିବାବେଳେ ଆଉ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି। ଘଟଣା ପରେ ଯବାନମାନେ ପୁରା ଅଞ୍ଚଳକୁ ଘେରି ଯାଞ୍ଚ ଅପରେସନ ଆରମ୍ଭ କରିଛନ୍ତି।