ଚାଷୀଙ୍କ ବିଲରୁ ରାତାରାତି ଧାନ କାଟିନେଲେ ଦୁର୍ବୃତ୍ତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରାଞ୍ଚଳରେ ଜଣେ ଚାଷୀଙ୍କ ଜମିରେ ଅମଳ ହୋଇଥିବା ଧାନକୁ ରାତାରାତି ଚୋରମାନେ କାଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ବେଲପାହାଡ଼ ଜାହାଜପଡ଼ିଆରେ ରହୁଥିବା ଚାଷୀ ବୁଧଲାଲ ମୁଣ୍ଡାଙ୍କ ଲିମଟିକ୍ରାସ୍ଥିତ ଜମିରେ ଚଳିତବର୍ଷ ଭଲ ଧାନ ହୋଇଥିଲା। ସେ ଆଜି ଫସଲକୁ କାଟି ଘରକୁ ଆଣିବା ପାଇଁ ସକାଳେ ବିଲକୁ ଯାଇଥିଲେ। ହେଲେ ଗତକାଲି ରାତିରେ ହିଁ ଦୁର୍ବୃତ୍ତମାନେ ତାଙ୍କ ବିଲରୁ ଧାନକେଣ୍ଡା କାଟି ନେଇଯାଇଥିବା ବୁଧୁଲାଲ ଦେଖିବାକୁ ପାଇଥିଲେ। ଏନେଇ ସେ ଥାନାରେ ଏକ ଲିଖିତ ଅଭିଯୋଗ କରିବାସହ ଉପଯୁକ୍ତ ତଦନ୍ତ କରି ତାଙ୍କ ଧାନ ଫେରସ୍ତ କରିବାରେ ସହଯୋଗ କରନ୍ତୁ ବୋଲି କହିଛନ୍ତି।