ଇଜେଭିି ପକ୍ଷରୁ ‘ନିରୋଗ ନାରୀ’ ସଚେତନତା କାର୍ଯ୍ୟକ୍ରମ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଏଇତ ଜୀବନ ଭି (ଇଜେଭି) ଫାଉଣ୍ଡେସନ ପକ୍ଷରୁ ନାରୀମାନଙ୍କୁ ରୋଗମୁକ୍ତ ରଖିବା ପାଇଁ ନିରୋଗ ନାରୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଗ୍ରାମୀଣ ଅଞ୍ଚଳରେ ରହୁଥିବା ନାରୀମାନେ ବିଭିନ୍ନ ରୋଗରୁ ନିଜକୁ କିପରି ସୁରକ୍ଷିତ ରଖିପାରିବେ ସେନେଇ ଅବଗତ କରାଯାଇଥିଲା। ଏହାସହ ସେମାନଙ୍କୁ ସାନିଟାଇଜ ନାପକିନର ବ୍ୟବହାର ଓ ଉପକାରିତା ବିଷୟରେ ଅବଗତ କରାଯାଇ ୩୦ ପ୍ୟାକେଟ ନାପକିନ ବଂଟନ କରାଯାଇଛି। ଏହି ଅବସରରେ ଇଜେଭିର ସଭାପତି ମାନଷୀ ପଣ୍ଡା, ସମ୍ପାଦିକା ରେଣୁ ତିୱାରୀ ପ୍ରମୁଖଙ୍କ ସହ ସଙ୍ଗଠନର ସଦସ୍ୟାମାନେ ଉପସ୍ଥିତ ଥିଲେ।