ସୁନା ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାରକୁ ୧୦ ଦିନ ପୂରିଲା, ଅଭିଯୁକ୍ତର ଟେର ପାଉନି ପୁଲିସ

ଦେଓଗାଁ,ଏନ୍ଏନ୍ଏସ୍ : ଦେଓଗାଁ ଥାନା ହତିସାରା ଗାଁ ର ନିଖୋଜ ସୁନା ବ୍ୟବସାୟୀର ମୃତଦେହ ଉଦ୍ଧାରକୁ ୧୦ ଦିନ ବିତିଯାଇଥିଲେ ବି ପୁଲିସ ହତ୍ୟାକାରୀକୁ ଧରିପାରୁନାହିଁ। ତେଣୁ ପୁଲିସର ତଦନ୍ତକୁ ଲୋକେ ସନ୍ଦେହ ସୃଷ୍ଟି କଲେଣି। ସୂଚନାଯୋଗ୍ୟ, ଗତ ନଭେମ୍ବର ୬ ତାରିଖ ଦିନରୁ ନିଖୋଜ ଥିବା ଦେଓଗାଁ ବ୍ଲକ୍ ହାତୀସରା ଗାଁର ସୁନା ବ୍ୟବସାୟୀ ଗଜାନନ ମେହେରର ମୃତଦେହକୁ ଚିପାକାନି ଜଙ୍ଗଲରୁ ଗତ ୨୨ ତାରିଖରେ ପୁଲିସ ଠାବ କରିଥିଲା। ସେହିଦିନ ଠାରୁ ପୁଲିସ ତଦନ୍ତ ନାଁରେ ଦିନ ଗଡାଇ ଚାଲିଥିଲେ ମଧ୍ୟ ଅଭିଯୁକ୍ତ ଧରାପଡୁନି। ଏଥିରେ ଏକାଧିକ ଲୋକ ସାମିଲ ଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।