ଝାରସୁଗୁଡ଼ା,ଏନ୍ନ୍ଏସ୍: ଝାରସୁଗୁଡ଼ା ଉପନିର୍ବାଚନ ମେ’ ୧୦ ତାରିଖରେ ଅନୁଷ୍ଠିତ ହେବ । ଏପ୍ରିଲ ୧୩ରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । ଏପ୍ରିଲ ୨୦ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ କରାଯିବ । ଏପ୍ରିଲ ୨୧ରେ ନାମାଙ୍କନ ପତ୍ର ଯାଞ୍ଚ ହେବ ଓ ଏପ୍ରିଲ ୨୪ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରିହେବ । ମେ’ ୧୩ରେ ଭୋଟ ଗଣତି ହେବ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ଏହି ସିଟ ଖାଲି ପଡ଼ିଛି ।