କର୍ଣ୍ଣ।ଟକ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଆସନ୍ତା ମେ’ ୧୦ ତାରିଖରେ ଅନୁଷ୍ଠିତ ହେବ । ଏପ୍ରିଲ ୨୦ ସୁଦ୍ଧା ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିପାରିବେ । ଏପ୍ରିଲ ୨୧ରେ ନାମାଙ୍କନ ପତ୍ର ଯାଞ୍ଚ ହେବ ଓ ଏପ୍ରିଲ ୨୪ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରିହେବ । ଏଥିସହିତ ନିର୍ବାଚନ ଫଳାଫଳ ମେ’ ୧୩ରେ ଘୋଷଣା କରାଯିବ । ଏନେଇ ନିର୍ବାଚନ ଆୟୋଗ ରାଜୀବ କୁମାର ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ପ୍ରେସ କନଫ୍ରେନ୍ସରେ ସୂଚନା ପ୍ରଦାନ କରିଛନ୍ତି ।
ନିର୍ବାଚନ ତାରିଖ ସହ ମତଦାତାଙ୍କ ସୁବିଧା ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ଏଥିରେ ୮୦ରୁ ଅଧିକ ବୟସର ମତଦାତା ଓ ଦିବ୍ୟାଙ୍ଗଙ୍କ ଭୋଟ ଗ୍ରହଣ ପାଇଁ ଆୟୋଗ ଟିମ୍ ତାଙ୍କ ଘରକୁ ଯିବେ । ଏଥିସହିତ ଏପ୍ରିଲ ୧ରୁ ୧୮ ବର୍ଷ ହୋଇଥିବା ମତଦାତା ଭୋଟ ଦେଇପାରିବେ । ଏଥିପାଇଁ ନିର୍ବାଚନ ଆୟୋଗ ପ୍ରି-ରେଜିଷ୍ଟ୍ରେସନ ସୁବିଧା ଉପଲବ୍ଧ କରାଇଛି।