ଝାରସୁଗୁଡ଼ା ବିମାନବନ୍ଦରର ପ୍ରଥମ ବୀର ସୁରେନ୍ଦ୍ର ସାଏ କ୍ରିକେଟ କପ୍ ଉଦଯାପିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବିମାନ ବନ୍ଦରରେ ଅନୁଷ୍ଠିତ ପ୍ରଥମ ବୀର ସୁରେନ୍ଦ୍ର ସାଏ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ଡିଏସଏ ପାୱାର ହାଉସକୁ ପରାଜିତ କରି ବିମାନ ବନ୍ଦର ପୁଲିସ ଦଳ ଚାମ୍ପିଆନ ହୋଇଛି। ଫାଇନାଲ ମ୍ୟାଚରେ ବିମାନବନ୍ଦର ପୁଲିସ ଦଳ ଟସ୍ ଜିତି ୧୬ ଓଭରରେ ୧୭୪ ରନ୍ କରିଥିବାବେଳେ ଡିଏସଏ ପାୱାର ହାଉସ୍ ସମସ୍ତ ୱିକଟ ହରାଇ ମାତ୍ର ୧୩୯ ରନ୍ କରି ପରାଜିତ ହୋଇଥିଲା। ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ଝାରସୁଗୁଡ଼ା ଏସପି ବିକାଶ ଚନ୍ଦ୍ର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀୟ ଅତିଥି ଭାବେ ଓଡ଼ିଶା କ୍ରିକେଟ ଆସୋସିଏସନର ସହସମ୍ପାଦକ ମେହେତାପ ଖାନ୍, ଝାରସୁଗୁଡ଼ା ଜିଲ୍ଲା କ୍ରୀଡ଼ା ସଂଘର ଉପସଭାପତି ଜୀବନ ମହାନ୍ତି, ବିମାନବନ୍ଦରର ନିର୍ଦ୍ଦେଶକ କିଶୋର ଚନ୍ଦ୍ର ସେନାପତି, ଜିଲ୍ଲା କ୍ରିକେଟ ସଂଘର ସଭାପତି ପ୍ରଜ୍ଜଳ ପଟେଲ ଓ ପ୍ରଶାନ୍ତ ଜେନା ନିର୍ମଳ କୁମାର ଗାୟନ ପ୍ରମୁଖ ଯୋଗଦେଇ ବିଜୟୀ ଦଳ ଓ ରନର୍ସ ଅପ୍ ଦଳ ଏବଂ ମ୍ୟାଚର ସଫଳ କ୍ରିକେଟ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ।