ନୂଆଦିଲ୍ଲୀ: ତାମିଲ ଅଭିନେତା ସୂର୍ଯ୍ୟାଙ୍କ ଫିଲ୍ମ ‘ସୋରାରଇ ପୋଟରୁ’ ଓସ୍କାର ଦୌଡ଼ରେ ସାମିଲ ହୋଇଛି। ସୁଧା କଙ୍ଗାରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଓସ୍କାରର ବିଭିନ୍ନ କ୍ୟାଟେଗେରୀ ଲାଗି ଚୟନ କରାଯାଇଛି। ଏନେଇ ୨ଡି ଏଣ୍ଟରଟେନମେଣ୍ଟର ସିଇଓ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି। ଅମେଜନ ପ୍ରାଇମ ଭିଡିଓ ନିଜର ଅଧିକାରିକ ଟ୍ୱିଟର ହ୍ୟାଣ୍ଡେଲରୁ ରିଟ୍ୱିଟ୍ କରି ସ୍ପଷ୍ଟ କରିଛି।
‘ସୋରାରଇ ପୋଟରୁ’କୁ ସର୍ବଶ୍ରେଷ୍ଠ ଅଭିନେତା, ସର୍ବଶ୍ରେଷ୍ଠ ଅଭିନେତ୍ରୀ, ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ, ସର୍ବଶ୍ରେଷ୍ଠ ଅରିଜିନାଲ ସ୍କୋର ଓ ଅନ୍ୟ ଶ୍ରେଣୀର ଜେନେରାଲ ଶ୍ରେଣୀ ଅନ୍ତର୍ଗତ ଅସ୍କାରରେ ସାମିଲ କରାଯାଇଛି। ଫିଲ୍ମକୁ ଆଜି ଏକାଡେମୀ ସ୍କ୍ରିନିଂ ରୁମକୁ ପଠାଯାଇଛି।