ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ନାମରେ କୃଷକମାନେ ରାଜଧାନୀକୁ ଗୁଣ୍ଡାଗର୍ଦ୍ଦି ସ୍ଥଳୀ ରୂପେ ପରିଣତ କରିଦେଲେ। କୃଷକଙ୍କ ଏହି ହିଂସକ ପ୍ରଦର୍ଶନ ମାମଲାରେ ବର୍ତ୍ତମାନ ସୁଦ୍ଧା ୨୨ଟି ମାମଲା ଦାୟର ହୋଇସାରିଛି। ଏଥିରେ ସ୍ୱରାଜ ଇଣ୍ଡିଆର ଅଧ୍ୟକ୍ଷ ଯୋଗେନ୍ଦ୍ର ଯାଦବ ସମେତ ଆହୁରି ଅନେକ କୃଷକ ନେତାଙ୍କ ନାମ ମଧ୍ୟ ସାମିଲ ରହିଛି। ଆଉ ଦିଲ୍ଲୀ ପୁଲିସ ତନାଘନା ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା ୨୦୦ ପ୍ରଦର୍ଶନକାରୀଙ୍କୁ ଗିରଫ କରିଛି। ଏମାନଙ୍କ ଉପରେ ଦିଲ୍ଲୀରେ ହିଂସା କରିବା, ସାର୍ବଜନିକ ସମ୍ପତ୍ତିକୁ ନଷ୍ଟ କରିବା ଓ ପୁଲିସକର୍ମୀଙ୍କୁ ଆଘାତ କରିବାର ଆରୋପ ଲାଗିଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଦିଲ୍ଲୀ ପୁଲିସ କମିଶନରଙ୍କ ବୈଠକ ଚାଲିଛି। ପୁଲିସ କମିଶନର ଦିଲ୍ଲୀରେ କୃଷକଙ୍କ ଦ୍ୱାରା ହୋଇଥିବା ଉପଦ୍ରବ ଓ ହିଂସା ଉପରେ ଗୃହମନ୍ତ୍ରୀଙ୍କୁ ବିସ୍ତୃତ ରିପୋର୍ଟ ଦେବେ। ଇଣ୍ଟଲିଜେନ୍ସ ବ୍ୟୁରୋର ଚିଫ୍ ଗୃହମନ୍ତ୍ରୀ ଅମିତ ଶାହଙ୍କ ଘରେ ଉପସ୍ଥିତ ଅଛନ୍ତି।