ଅଭିରାମଙ୍କ ଅଭିନବ ପ୍ରୟାସ, ୬୩ ବର୍ଷ ବୟସରେ ଝାରସୁଗୁଡ଼ାରୁ ଦୌଡ଼ିବେ ପୁରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ନିଶା ସେବନ ବର୍ଜନ ଓ ଶାରୀରିକ ବ୍ୟାୟାମର ଆବଶ୍ୟକତା ଉପରେ ଲୋକଙ୍କୁ ସଚେତନ କରିବା ପାଇଁ ଝାରସୁଗୁଡା ଜିଲ୍ଲାର ୬୩ ବର୍ଷୟ ଅଭିରାମ ଶତପଥୀ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ସେ ଝାରସୁଗୁଡାରୁ ପୁରୀ ପର୍ଯ୍ୟନ୍ତ ଦୌଡି ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ବାଣ୍ଟିବେ। ଆଜି ଅଭିରାମ ଝାରସୁଗୁଡ଼ାରୁ ତାଙ୍କ ଦୌଡ଼ ଆରମ୍ଭ କରିଥିବାବେଳେ ପୁରୀକୁ ଆସନ୍ତା ୨୨ ତାରିଖ ଦିନ ପହଞ୍ଚିବାର ଲକ୍ଷ୍ୟ ରଖିଛନ୍ତି। ଆଜି ଝାରସୁଗୁଡ଼ାର ବିଭିନ୍ନ ସଙ୍ଗଠନ, ଜିଲ୍ଲାବାସୀ ଓ ବେଲପାହାଡ଼ ପୌରପରିଷଦ ନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀ ଅଭିରାମଙ୍କୁ ସମ୍ବର୍ଦ୍ଧନା ଦେଇ ତାଙ୍କ ଯାତ୍ରାର ସଫଳ କାମନା କରିଛନ୍ତି। ଝାରସୁଗୁଡ଼ାରୁ ପୁରୀକୁ ୪୭୫ କିଲୋମିଟର ରାସ୍ତା ଦୌଡ଼ିବା ପାଇଁ ସେ ପ୍ରତିଦିନ ୩୦ ରୁ ୩୫ କିଲୋମିଟର ଦୌଡ଼ିବେ। ଝାରସୁଗୁଡାରୁ ପୁରୀ ଯିବା ମଝିରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ଲକ୍ଷ୍ୟ ରଖିଛନ୍ତି ଅଭିରାମ। ଝାରସୁଗୁଡ଼ାରୁ ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଦେଇ ପୁରୀରେ ପହଞ୍ଚିବାର ଲକ୍ଷ୍ୟ ରହିଛି।