ସମବାୟ ସମିତିରେ ତାଲା ପକାଇ ଧାରଣା ଦେଲେ ଚାଷୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଟୋକନ ଆବେଦନ ସମୟରେ ସାମାନ୍ୟ ତୃଟି ଯୋଗୁଁ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅତାବିରା ସମବାୟ ସମିତିର ୧୭୨ ଜଣ ଚାଷୀ ଟୋକନ ପାଇବାରୁ ବଞ୍ଚିତ ରହିଛନ୍ତି। ଫଳରେ ସେମାନେ ଧାନ ବିକ୍ରି କରିପାରୁନାହାଁନ୍ତି। ତେଣୁ ସରକାର ଶୀଘ୍ର ଟୋକନ ପ୍ରଦାନ କରି ଚାଷୀଙ୍କ ଧାନ କିଣନ୍ତୁ ବୋଲି ଦାବିକରି ଆଜି ଆତାବିରା ସମବାୟ ସମିତରେ ତାଲା ପକାଇ ଅତାବିରା, କୁମର, ଭୁନ୍ଦୁପାଲି, ଏମ କଁଟାପାଲି, ବାଉସେନପାଲି, ପଞ୍ଚଗାଁ, ରେଙ୍ଗାଲ, ବିଜାପାଲି ଗ୍ରାମର ୧୭୨ ଜଣ ଚାଷୀ ଧାରଣାରେ ବସିଛନ୍ତି।