ଝାରସୁଗୁଡ଼ାରେ ୫୫ ପଜିଟିଭ ଚିହ୍ନଟ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଆଜି ପୁଣି ୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୨୭ଜଣ, ବ୍ରଜରାଜନଗର ପୌରପରିଷଦରୁ ୩ଜଣ, ଝାରସୁଗୁଡା ବ୍ଲକରୁ ୭ଜଣ, କୋଲାବିରା ବ୍ଲକରୁ ୨ଜଣ ରହିଥିବାବେଳେ ବାହାର ଜିଲ୍ଲାର ହସ୍ପିଟାଲରେ ୧୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଝାରସୁଗୁଡାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାବେଳେ ସମସ୍ତେ ଗୃହ ସଙ୍ଗରୋଧରେ ଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ପ୍ରକାଶ ଯୋଗ୍ୟ ଯେ, ଜିଲ୍ଲାରେ ଏପର୍ଯ୍ୟନ୍ତ ୮ହଜାର ୪ଶହ ୨୮ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮ହଜାର ୧ଶହ ୧୪ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୬ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ଜିଲ୍ଲାରେ ଏପର୍ଯ୍ୟନ୍ତ ୬୪ହଜାର ୮ଶହ ଜଣଙ୍କୁ ଟିକା ପ୍ରଦାନ କରାଯାଇଥିବାବେଳେ ୨୮୮ ଜଣ ସକ୍ରିୟ ଅକ୍ରାନ୍ତ ରହିଛନ୍ତି।