ବିଟିଏମ ଫାଣ୍ଡି ହେଲା ସଦର ଥାନା :  ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ଝାରସୁଗୁଡା,ଏନଏନଏସ: ବିଟିଏମ୍ ଫାଣ୍ଡି ଆଜିଠାରୁ ଝାରସୁଗୁଡା ସଦର ଥାନାର ମାନ୍ୟତା ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ଆଜି ଏହାର ଉଦଘାଟନ କରିଛନ୍ତି । ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ଝାରସୁଗୁଡ଼ା ଏସପି ରାହୁଲ ପିଆରିଙ୍କ ସମେତ ଜନ ପ୍ରତିନିଧି ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ । ସଦର ଥାନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି ଝାରସୁଗୁଡାରେ ବିଟିଏମ ଫାଣ୍ଡିକୁ ଥାନା କରିବା ପାଇଁ ଦାବି ହୋଇ ଆସୁଥିଲା । ଏହାକୁ ମୁଖ୍ୟମନ୍ତ୍ରୀ ଆଜି ପୂରଣ କରିଛନ୍ତି । ଯାହା ଫଳରେ ଝାରସୁଗୁଡାରେ ଆଇନ ବ୍ୟବସ୍ଥା ଆହୁରି ସୁସଂଗଠିତ ହେବା ସହ ଅଞ୍ଚଳରେ ଅପରାଧ କୁ ରୋକା ଯାଇପରିବ।