ଗଛରେ ଝୁଲୁଛି ପ୍ରେମୀ ଯୁଗଳଙ୍କ ମୃତଦେହ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ମହକୁମା ଜବରଦସ୍ତ କଲୋନୀର ଏକ ଗଛରୁ ଜଣେ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଉଭୟଙ୍କ ମୃତଦେହ ଗାମୁଛାରେ ବନ୍ଧା ହୋଇଥିବା ବେଳେ ଉଭୟ ପ୍ରେମୀ ଯୁଗଳ ବୋଲି ଅନୁମାନ କରାଯାଉଛି। ସକାଳୁ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ।

ମୃତକ ଯୁବତୀ ସ୍ଥାନୀୟ ଅଞ୍ଚଳର ସରି ସରକାର ଓ ଯୁବକ ଏମ୍‌ଭି ୯ ଗାଁର ଭିକି ସିକଦାର ବୋଲି ଜଣାପଡିଛି। ଉଭୟ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ମନ୍ଦିରରେ ପ୍ରେମ ବିବାହ କରିବା ପରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରିନି। ପୁଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି।