ଟିକାନେବା ପରେ କୋଭିଡ୍ ଆକ୍ରାନ୍ତ ହେଲେ ନର୍ସ

କାଲିଫର୍ଣ୍ଣିଆ, ଏଜେନ୍ସି: ଏକ ପ୍ରମୁଖ ଔଷଧ କମ୍ପାନୀ ଦ୍ୱାରା ବିକଶିତ କରାଯାଇଥିବା କୋଭିଡ୍ ଟିକାନେବାର ଆଠଦିନ ପରେ କାଲିଫର୍ଣ୍ଣିଆର ଜଣେ ନର୍ସ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦୁଇଟି ସ୍ଥାନୀୟ ହସ୍ପିଟାଲ୍ରେ ନର୍ସ ଭାବେ କାର୍ଯ୍ୟ କରୁଥିବା ୪୫ ବର୍ଷୀୟ ମାଥ୍ୟୁ ଡବ୍ଲ୍ୟୁ ଗତ ଡିସେମ୍ବର ୧୮ରେ ଫାଇଜର ଟିକା ନେଇଥିଲେ। ଟିକା ନେବାର ୧୫ମିନିଟ୍ ପରେ ସେ ସ୍ୱାଭାବିକ ଭାବେ ସମସ୍ତଙ୍କ ସହ ମିଳାମିଶା କରିଥିଲେ। ତାଙ୍କୁ କୌଣସି ଅସୁବିଧା ଅନୁଭବ ହୋଇନଥିଲା ବୋଲି ଟିକା ନେବା ପରେ ସେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସୂଚନା ଦେଇଥିଲେ। କିନ୍ତୁ କ୍ରିଷ୍ଟମାସ ପୂର୍ବ ସନ୍ଧ୍ୟାରେ ସେ ଅଚାନକ ଅସୁସ୍ଥ ଅନୁଭବ କରିଥିଲେ ଏବଂ ପରେ କୋଭିଡ୍ ଟେଷ୍ଟ କରାଇଥିଲେ। ତେବେ ସ୍ଥାନୀୟ ପରିବାର ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ସଂକ୍ରାମକ ରୋଗ ବିଶେଷଜ୍ଞ କ୍ରିଶ୍ଚିୟମ୍ ଲାମର୍ସଙ୍କ କହିବା ଅନୁଯାୟୀ, ମାଥ୍ୟୁ କୋଭିଡ୍ ଟିକା ନେବା ପୂର୍ବରୁ କୋଭିଡ୍ ସଂକ୍ରମିତ ହୋଇ ସାରିଥିଲେ।