ଝାରସୁଗୁଡ଼ାରୁ ୪୨ ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଆଜି ୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାପରେ ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୨ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଝାରସୁଗୁଡା ପୌରପରିଷଦ ଅଞ୍ଚଳରୁ ୧୬ଜଣ, ବେଲପାହାଡ଼ ପୌରପରିଷଦ ଅଞ୍ଚଳରୁ ୩ଜଣ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୩ଜଣ, ଝାରାସୁଗୁଡ଼ା ବ୍ଲକରୁ ୬ଜଣ, ଲଖନପୁର ବ୍ଲକରୁ ୪ ଜଣ, କୋଲାବିରା ବ୍ଲକରୁ ଜଣେ ଓ ଜିଲ୍ଲା ବାହାର ହସ୍ପିଟାଲରେ ୯ଜଣ ଆକ୍ରାନ୍ତ ରହିଛନ୍ତି। ଝାରସୁଗୁଡାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାବେଳେ ସମସ୍ତେ ଗୃହ ସଙ୍ଗରୋଧରେ ଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ପ୍ରକାଶଯୋଗ୍ୟ ଯେ, ଜିଲ୍ଲାରେ ଏପର୍ଯ୍ୟନ୍ତ ୮ହଜାର ୩ଶହ ୨୦ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮ହଜାର ୧୨ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨୬ ଜଣ ପ୍ରାଣ ହରାଇଛନ୍ତି। ଝାରସୁଗୁଡାରେ ଏପର୍ଯ୍ୟନ୍ତ ୬୧ହଜାର ୩ଶହ ଲୋକଙ୍କୁ ଟିକା ପ୍ରଦାନ କରାଯାଇଥିବାବେଳେ ୨୮୨ ଜଣ ସକ୍ରିୟ ଅକ୍ରାନ୍ତ ରହିଛନ୍ତି।