ସୁଶାନ୍ତ ସିଂହଙ୍କ ଗାଡ଼ି ଭାଙ୍ଗିଲେ ବିଜେପି କର୍ମୀ

ଡେଲାଙ୍ଗ,ଏନ୍ଏନ୍ଏସ୍: ଡେଲାଙ୍ଗ ଅଞ୍ଚଳରେ ବିଜେଡି ଓ ବିଜେପି ପକ୍ଷରୁ ଗଣ୍ଡଗୋଳକୁ ନେଇ ପୃଥକପୃଥକ ସ୍ଥାନରେ ରାସ୍ତାରୋକ ଉଭୟ ଦଳ ପକ୍ଷରୁ କରାଯାଇଥିଲା। ଏହି ଗଣ୍ଡଗୋଳରେ ଆହତ ବିଜେଡି କର୍ମୀଙ୍କୁ ଦେଖିବା ପାଇଁ ମନ୍ତ୍ରୀ ଶୁସାନ୍ତ ସିଂହ ଡେଲାଙ୍ଗ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ। ମେଡିକାଲ ନିକଟରେ ବିଜେପି ପକ୍ଷରୁ ରାସ୍ତାରୋକ କରିଥିବା କେତେକ କର୍ମୀ ଶ୍ରୀ ସିଂହଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଘଟଣାସ୍ଥଳରୁ ପୁଲିସ ସୁରକ୍ଷା ବଳୟରେ ଶ୍ରୀ ସିଂହଙ୍କୁ ସୁରକ୍ଷା ସ୍ଥଳକୁ ନେଇଥିଲେ।