ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା କଟକଣା ଉଲ୍ଲଙ୍ଘନ କରିଥିବା ଅମାନିଆଙ୍କଠାରୁ ଝାରସୁଗୁଡା ପୁଲିସ ୧ କୋଟିରୁ ଊର୍ଦ୍ଧ ଟଙ୍କାର ଫାଇନ ଆଦାୟ କରିସାରିଲାଣି । ମାସ୍କ ନ ପିନ୍ଧି ବାହାରକୁ ଆସିଥିବା ୩୯ହଜାର ୨ଶହ ୮୮ ଜଣ ବ୍ୟକ୍ତିଙ୍କଠାରୁ ମୋଟ୍ ୯୧ଲକ୍ଷ ୧୯ ହଜାର ୩ଶହ ୯୦ ଟଙ୍କା ଆଦାୟ କରିଥିବାବେଳେ ସାମାଜିକ ଦୂରତା ରଖି ନଥିବା ୩ହଜାର ୭ ଜଣ ବ୍ୟକ୍ତିଙ୍କଠାରୁ ୯ ଲକ୍ଷ ୫୫ ହଜାର ୯ଶହ ୫୦ ଟଙ୍କା ଆଦାୟ କରିଛି। କରୋନା ନିୟମ ଉଲ୍ଲଙ୍ଘନ କରିଥିବା ମୋଟ୍ ୪୨ହଜାର ୨ଶହ ୯୫ଜଣ ବ୍ୟକ୍ତିଙ୍କଠାରୁ ୧ କୋଟି ୭୫ ହଜାର ୩୪୦ ଟଙ୍କା ଫାଇନ ଆଦାୟ କରି ସାରିଛି।