ଭୁଲ ଟ୍ୱିଟ୍ କରି କ୍ଷମା ମାଗିଲେ ଶଶୀ ଥରୁର୍

ନୂଆଦିଲ୍ଲୀ,ଏଜେନ୍ସି: ଲୋକସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନଙ୍କ ପରଲୋକ ସମ୍ବାଦକୁ ଭୁଲରେ ଟ୍ୱିଟ୍ କରିଥିବାରୁ କଂଗ୍ରେସ ନେତା ଶଶୀ ଥରୁର ଶୁକ୍ରବାର କ୍ଷମାପ୍ରାର୍ଥନା କରିଛନ୍ତି। ୭୮ ବର୍ଷୀୟା ସୁମିତ୍ରା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ ତାଙ୍କର ପରଲୋକ ଘଟିଛି ବୋଲି ଶଶୀ ଏକ ଟ୍ୱିଟ୍ କରି ଜଣାଇଥିଲେ। ଏପରିକି କେତେକ ନ୍ୟୁଜ୍ ଚାନେଲ ମଧ୍ୟ ଏହି ସମ୍ବାଦ ପ୍ରସାରିତ କରିଥିଲେ। ତେବେ ବିଜେପି ପକ୍ଷରୁ ଏହାକୁ ଖଣ୍ଡନ କରାଯିବାପରେ ଶଶୀ ଟ୍ୱିଟ୍କୁ ଡିଲିଟ୍ କରିଦେଇଥିଲେ। ସଂପୃକ୍ତ ଚାନେଲଗୁଡିକ ମଧ୍ୟ ଭୁଲ ସମ୍ବାଦ ପରିବେଷଣ ପାଇଁ କ୍ଷମାପ୍ରାର୍ଥନା କରିଛନ୍ତି।