ପ୍ରେମରେ ବିଫଳ ହେବାରୁ ଯୁବକଙ୍କ ଆତ୍ମହତ୍ୟା

ପାଟଣା,ଏନ୍ଏନ୍ଏସ୍: ପ୍ରେମରେ ବିଫଳ ହେବାପରେ ଜଣେ ଯୁବକ ଆତ୍ମହତ୍ୟାକରିଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲା ପାଟଣା ଥାନା ବେଗେନା ଗ୍ରାମରେ ଗୁରୁବାର ବିଳମ୍ବିତ ଏହି ଘଟଣା ଘଟିଛି। ମୃତ ଯୁବକ ହେଲେ ବେଗନା ଗ୍ରାମର ଲାଲ ମୋହନ ମହାରଣାଙ୍କ ପୁଅ ଆକାଶ ମହାରଣା(୨୪)। ବିଷ ପାନ ପରେ ତାଙ୍କୁ ଗୁରୁତର ଅବସ୍ଥାରେରେ ପ୍ରଥମେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ସକାଳେ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପ୍ରକାଶ ଯେ, ମୃତ ଯୁବକ ଉକ୍ତ ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଯୁବତୀଙ୍କ ଅନ୍ୟତ୍ର ବିବାହ ଠିକ୍ ହେବାପରେ ଯୁବକ ଜଣଙ୍କ ଆତ୍ମହତ୍ୟା କରିବାକୁ ଚରମ ନିଷ୍ପତ୍ତି ନେଇ କୀଟନାଶକ ପିଇ ଦେଇଥିଲେ। ଘଟଣାସ୍ଥଳରେ ପାଟଣା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପାଟଣା ଥାନାରେ ଏକ ମାମଲା ହୋଇଛି। ଏସଆଇ ରଣଜୀତ୍ ପଟ୍ଟନାୟକ ଘଟଣାର ତଦନ୍ତ ଜାରି ରଖିଛନ୍ତି।