ବିଡିଓଙ୍କ ନାମରେ ଥାନାରେ ଏତଲା

ପାଇଖାନା ଅର୍ଥ ଆତ୍ମସାତ୍ ଘଟଣା

 ଝରିଗାଁ, ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଶୌଚାଳୟ ଟଙ୍କା ଆତ୍ମସାତ୍ ଘଟଣାରେ ବିଡ଼ିଓଙ୍କ ନାମରେ ଶତାଧିକ ହିତାଧିକାରୀ ଏତଲା ଦେଇଛନ୍ତି। ସ୍ୱଚ୍ଛ ଭାରତ ନାମରେ ଶୌଚାଳୟ ତିଆରି ପାଇଁ ୧୨ହଜାର ଟଙ୍କା ଆସିଥିଲା। ଶୌଚାଳୟ ତିଆରି ନହୋଇ ବିଡ଼ିଓ ଟଙ୍କା ଖାଇଦେଇଥିବା ଏତଲାରେ ଦର୍ଶାଯାଇଛି। ଅପରାହ୍ନରେ ହିତାଧିକାରୀ ଏତଲା ଦେଇଥିବା ଝରିଗାଁ ଥାନାଧିକାରୀ ଉମେଶ ସାହୁ କହିଛନ୍ତି। ବୁଧବାର ବହୁ ହିତାଧିକାରୀଙ୍କ ସମେତ ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଡିସିସି ସଭାପତି ମୁନା ତ୍ରିପାଠୀ, ଅଖିଳ ଭତରା, ସୁମୀତ ପୂଜାରୀ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ପଦ୍ମନାଭ ପାଣ୍ଡେଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।