ରିଆମାଳ, ଏନ୍ଏନ୍ଏସ୍: ରିଆମାଳ ଥାନା ଗୁଦୁରୀମୁଣ୍ଡା ଗ୍ରାମର କୁମୁଦିନୀ ଦେହୁରୀଙ୍କ ପରିବାରକୁ ଗ୍ରାମବାସୀ ବାସନ୍ଦ କଲାପରେ ସେ ଗତ ୧୯ ତାରିଖରେ ରିଆମାଳ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ୫ ଦିନ ବିତିଯାଇଥିଲେ ମଧ୍ୟ ଥାନା ପ୍ରଶାସନ ଏଥିପ୍ରତି ପଦକ୍ଷେପ ଗ୍ରହଣ କରୁନଥିବା କୁମୁଦିନୀ ଅଭିଯୋଗ କରିଛନ୍ତି। ପୁଲିସ ପ୍ରଶାସନ ପଦକ୍ଷେପ ନ ନେବାରୁ କୁମୁଦିନୀ ପରିବାର ହନ୍ତସନ୍ତ ହେଉଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଏହାର ତୁରନ୍ତ ସମାଧାନ କରନ୍ତୁ ବୋଲି କୁମୁଦିନୀ ଅନୁରୋଧ କରିଛନ୍ତି।