ଥାନା ଭିତରେ ନାବାଳକକୁ ମାଡ଼ ଅଭିଯୋଗ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ପୁଣି ଥାର୍ଡ ଡିଗ୍ରୀ ଅଭିଯୋଗ। ଚୋରି ସନ୍ଦେହରେ ଜଣେ ନାବାଳକୁ ଥାନା ଭିତରେ ନିସ୍ତୁକ ମାଡ଼ ମରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଗତ ଶନିବାର ନାବାଳକକୁ ଚୋରି ସନ୍ଦେହରେ ଥାନାକୁ ଆଣି ଦୁଇ କର୍ମଚାରୀ ଅରୁପ କୁମାର ସାମଲ ଓ ଶିବ ଶଙ୍କର ଆଲଦା ନିର୍ଧୁମ ମାଡ଼ ମାରିଥିଲେ। ପୁଲିସ ମାଡ଼ରେ ନାବାଳକ ଚାଲି ପାରୁନାହାନ୍ତି । ଏନେଇ ପରିବାର କେନ୍ଦୁଝର ଏସପିଙ୍କୁ ଭେଟି ନ୍ୟାୟ ମାଗିଛନ୍ତି। ପ୍ରକାଶ ଯେ, ପୂର୍ବରୁ ଉକ୍ତ ଥାନା ଭିତରେ ମାଡ଼ ମାରି ଆଇଆଇସି ସଂଧ୍ୟାରାଣୀ ଜେନା ନିଲମ୍ବିତ ହୋଇଥିବାବେଳେ ଏବେ ପୁଣି ପାଟଣା ଥାନାରେ ମାଡ଼ ଘଟଣା ଆଲୋଡନ ସୃଷ୍ଟି କରିଛି।