ଛତୁ ଖାଇ ପରିବାରର ୪ ଅସୁସ୍ଥ

ଝରିଗାଁ,ଏନ୍ଏନ୍ଏସ୍: ଝରିଗାଁ ନିକଟସ୍ଥ ଧଅଁଡ଼ାମାଲ ଗ୍ରାମର ଗୋଟିଏ ପରିବାରର ୪ଜଣ ସଦସ୍ୟ ଆଜି ଛତୁଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ସୂଚନା ଅନୁସାରେ, ଧଅଁଡ଼ାମାଲ ଗ୍ରାମର ଚଇତୁ ସାନ୍ତା ନିଜ ଘର ନିକଟରୁ ଛତୁ ସଂଗ୍ରହ କରି ରୋଷେଇ ପାଇଁ ଦେଇଥିଲେ। ଉକ୍ତ ଛତୁକୁ ତାଙ୍କ ସ୍ତ୍ରୀ ଦୁଃଖୀ ସାନ୍ତା, ଝିଅ କୁସୁମୀ ସାନ୍ତା, ପୁଅ ଲାଇବନ ସାନ୍ତା ଖାଇଥିଲେ। ଏହାର କିଛି ସମୟପରେ ସମସ୍ତଙ୍କୁ ଝାଡାବାନ୍ତି ହୋଇଥିଲା। ଖବରପାଇ ଗ୍ରାମବାସୀ ସେମାନଙ୍କୁ ବସାଇଆଣି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସାପରେ ସେମାନେ ସୁସ୍ଥଥିବା ଡାକ୍ତର କହିଛନ୍ତି।